ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଭବାନୀପାଟଣା ସ୍ଥିତ ଲାଲବାହାଦୂର ଇଣ୍ଡୋର ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଯୋଗ ଶିବିର ରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏବଂ ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା ସାମିଲ ହୋଇଥିଲେ।
କଳାହାଣ୍ଡି ଜିଲ୍ଲାପାଳ ଅନ୍ବେଶା ରେଡ଼ି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।ଏହି ଯୋଗ ସମାବେଶରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୁୱନ,ଉପ ଜିଲ୍ଲାପାଳ ବିଶ୍ୱଜିତ ଦାସ,ଜିଲ୍ଲା ପ୍ରଶାସନ ର କର୍ମଚାରୀ ଏବଂ ପୌରପାଳିକା କର୍ମଚାରୀ ଉପସ୍ଥିତ ରହି ସାଂପ୍ରତିକ ସମୟରେ ଶାରୀରିକ ଓ ମାନସିକ ସନ୍ତୁଳନ ବଜାୟ ରଖିବାରେ ପ୍ରତ୍ଯେକ ବ୍ଯକ୍ତିଙ୍କ ପାଇଁ ଯୋଗ ଅପରିହାର୍ଯ୍ଯ ବୋଲି ସାଂସଦ ପ୍ରକାଶ କରିଥିଲେ। ଜିଲ୍ଲାପାଳ ସମନ୍ତଙ୍କୁ ଧନ୍ଯବାଦ ଦେଇଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

