ନ୍ୟୁଜଗ୍ୟାଲେରୀ,ଭବାନୀପାଟଣା: ଅପରାହ୍ନ ଚାରିଟାରେ ଭବାନୀ ପାଟଣା ସ୍ଥିତ ଟାଉନ୍ ହଲ୍ ଠାରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ପ୍ରଜ୍ଞା ବାହିନୀ ଦ୍ଵାରା “ସାମୁହିକ ରକ୍ଷା ବନ୍ଧନ ଉତ୍ସବ ଓ ବିଶ୍ୱ ସଂସ୍କୃତ ଦିବସ -୨୦୨୫ ” ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳପତି ଡ଼.ନିବେଦିତା ନାଥ,ସମ୍ମାନିତ ଅତିଥି ପ୍ରମିଳା ମିଶ୍ର,ସୁଦେଷ୍କା ପଣ୍ଡା,ପୌରହିତ୍ୟ ସ୍ନେହଲତ ଷଡଙ୍ଗୀ ଉପସ୍ଥିତ ରହିଥିଲେ। ପ୍ରଥମେ ପ୍ରଜ୍ଞାବାହିନୀ ଙ୍କ ଦ୍ଵାରା ରକ୍ଷା ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ହୋଇଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।
ଏହି ଅବସରରେ ବ୍ରାହ୍ମଣ ସମାଜ କଳାହାଣ୍ଡିର ପ୍ରତିଷ୍ଠାତା ସଭାପତି ତଥା ବିଶିଷ୍ଟ ଅଭିନେତା ସ୍ବର୍ଗତ ଜଗନ୍ନାଥ ମୁଣ୍ଡଙ୍କ ସ୍ମୃତିରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର “ସମର୍ପଣ” ର ରଙ୍ଗୀନ ସଂସ୍କରଣ ପୁନଃ ପ୍ରଦର୍ଶିତ ହୋଇଥିଲା। ବନଶ୍ରୀ ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବେଳେ ବ୍ରାହ୍ମଣ ସମାଜ କଳାହାଣ୍ଡି ର ସାଧାରଣ ସମ୍ପାଦକ ସତ୍ୟନାରାୟଣ ମହାପାତ୍ର ଏବଂ ସଦସ୍ୟ ମାନେ ସହଯୋଗ କରିଥିଲେ।ଏହିପରିପେକ୍ଷିରେ ସମର୍ପଣ ଚଳଚ୍ଚିତ୍ର କୁ ରଙ୍ଗୀନ ସଂସ୍କରଣ କରିଥିବାରୁ ରାଷ୍ଟ୍ରପତି ପୁରୁସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର ଙ୍କୁ ବ୍ରାହ୍ମଣ ସମାଜ ପକ୍ଷରୁ ସମ୍ମାନିତ କରାଯାଇଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

