ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ପାଳିତ ହୋଇଯାଇଛି।
ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ସମ୍ମାନିତ ଅତିଥି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ,ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ମୁଖ୍ୟବକ୍ତା ବିଦ୍ୟା ସାଗର ମୁଣ୍ଡ( ଇଂରାଜୀ ଅଧ୍ୟାପକ) ପ୍ରଗତି ମହାବିଦ୍ୟାଳୟ ପ୍ରମୁଖ ଉପସ୍ଥିତ ରହିଥିଲେ।ପ୍ରଥମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ସମସ୍ତଙ୍କୁ ସ୍ବାଗତ କରି ଦିବସ ପାଳନ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଡି ଏସ୍ ପି ଭିଜିଲାନ୍ସ ପ୍ରଦିପ କୁମାର ଆଇନ୍ଦ ଓଡ଼ିଶାକୁ ଦୁର୍ନୀତିମୁକ୍ତ କରିବାରେ ବିଭାଗର ବିଭିନ୍ନ ପଦକ୍ଷେପ ଓ ସଚେତନତା ସୃଷ୍ଟି କରିବା ଉପରେ ବିଭିନ୍ନ ପଦକ୍ଷେପ ଉପରେ ବିବରଣୀ ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ନେତୃତ୍ୱରେ ସମସ୍ତେ ଦୁର୍ନୀତି ର ମୂଳୋତ୍ପାଟନ ନିମନ୍ତେ ଶପଥ ପାଠ କରିଥିଲେ । ସମସ୍ତ କର୍ମଚାରୀମାନଙ୍କୁ ବୃତ୍ତିଗତ ଓ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା, ଆଇନ ଶାସନକୁ ଅନୁପାଳନ,ନିଜର ଦାୟିତ୍ୱ କୁ ସାଧୁତା ଓ ସ୍ୱଚ୍ଛତା ସହ ସମ୍ପାଦନା କରିବା, ଉତ୍କୋଚ ଗ୍ରହଣ ନ କରିବା,ଜନସାଧାରଣଙ୍କ ହିତ ପାଇଁ କାର୍ଯ୍ୟ କରିବାକୁ ମତ ପ୍ରକାଶ ପାଇଥିଲା।
ଜିଲ୍ଲାପାଳ ନିଜ ବକ୍ତବ୍ୟ ରେ ଲାଞ୍ଚ ଦେଇ ଶୀଘ୍ର କାର୍ଯ୍ୟ କରିବାର ମାନସିକତାକୁ ପରିହାର କରିବା , ସରକାରଙ୍କ “ମୋ ସରକାର” ବ୍ୟବସ୍ଥା ଦୁର୍ନୀତି ବିଭାଗର କାର୍ଯ୍ୟଦକ୍ଷତା କୁ ପ୍ରଶଂସା କରି ସମସ୍ତେ ସ୍ୱଚ୍ଛତା ଓ ସାଧୁତା କୁ ଆୟୁଧ କଲେ ଦୁର୍ନୀତିମୁକ୍ତ ସମାଜ ଗଠନରେ ସହାୟକ ହୋଇପାରିବା ବୋଲି କହିଥିଲେ।କାର୍ଯ୍ୟକ୍ରମ ରେ ଡି ଡବ୍ଲୁ ଓ, ଡି ଏସ୍ ଡବ୍ଲୁ ଓ,ଯୁବ ସଂଯୋଜକ,ନେହେରୁ ଯୁବ କେନ୍ଦ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ , ଡି ସି ପି ଓ, ଡି ପି ସି, ମିଶନଶକ୍ତି ବିଭାଗୀୟ ଅଧିକାରୀ,ଭିଜିଲାନ୍ସ ବିଭାଗ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ମଚାରୀ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରFebruary 25, 2026ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା
ଜିଲ୍ଲା ଖବରFebruary 24, 2026ଅବକାରୀ ବିଭାଗ ଚଢ଼ାଉ ନକଲି ବିଦେଶୀ ମଦ ଜବତ
ଜିଲ୍ଲା ଖବରFebruary 21, 2026ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ।
ଜିଲ୍ଲା ଖବରFebruary 17, 2026ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

